ପଲିଥିନ୍‌ ଧରପଗଡ଼: ୧୦କେ.ଜି. ଜବତ, ୫ହଜାର ଜରିମାନା ଆଦାୟ

ଖଣ୍ଡପଡା,୧୬।୧୧(ସ୍ବ.ପ୍ର.): ଖଣ୍ଡପଡା ସହରାଞ୍ଚଳର ମୁଖ୍ୟ ବଜାର ଓ ଗଳିକନ୍ଦିରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ପଲିଥିନ୍‌ ବହୁଳ ବ୍ୟବହାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏ ନେଇ ଏନଏସି କର୍ତ୍ତୃପକ୍ଷ ଶୁକ୍ରବାର ଖଣ୍ଡପଡା ସହରାଞ୍ଚଳସ୍ଥିତ ବିଭିନ୍ନ ଦୋକାନରେ ଅଚାନକ ଚଢାଉ କରିଥିଲେ। ଖଣ୍ଡପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନଏସି କର୍ମଚାରୀଙ୍କ ସମେତ ଜିଲା ସାନିଟାରୀ ସୁପରଭାଇଜର ବିବେକାନନ୍ଦ ପରିଡା, କେ.ସି. ପରିଡା ପ୍ରମୁଖ ତେଜରାତି ଦୋକାନ, ଜଳଖିଆ ଦୋକାନରେ ଚଢାଉ କରି ୧୦ କେ.ଜି.ରୁ ଊର୍ଦ୍ଧ୍ୱ ପଲିଥିନ୍‌ ଜବତ କରିବା ସହ ଜରିମାନା ବାବଦରେ ୪ହଜାର ୯ଶହ ଟଙ୍କା ଆଦାୟ କରିଛନ୍ତି। ଚଢାଉ ଖବର ପାଇ ଅନେକ ଦୋକାନୀ ରଖିଥିବା ପଲିଥିନ୍‌ ଜରିଗୁଡିକୁ ଅନ୍ୟତ୍ର ଲୁଚାଇ ଦେଇଥିବା ଜଣାପଡ଼ିଛି।

Share