Categories: ଗଞ୍ଜାମ

ପଲିଥିନ, ପ୍ଲାଷ୍ଟିକ୍‌ ସାମଗ୍ରୀ ନେଇ ବିଏମ୍‌ସିର ଚଢ଼ାଉ ଦୋକାନ, ଗୋଦାମ ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫-ବ୍ରହ୍ମପୁରକୁ ପଲିଥିନ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଚଢାଉ ଜାରି ରହିଛି ା ସୋମବାର ସନ୍ଧ୍ୟାରେ ପୁଣି ଏକ ହୋଲ୍‌ସେଲ୍‌ ଗୋଦାମ ଓ ଦୋକାନକୁ ନିଗମ ପକ୍ଷରୁ ସିଲ କରାଯାଇଥିବା ଜଣାପଡିଛି ା ଗିରିମାର୍କେଟ ଛକ ନିକଟସ୍ଥ ଗରିଲା ସାହିସ୍ଥିତ ଏକ ଦୋକାନରେ ଚଢାଉ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ, ପଲିଥିନ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି। ନିଗମ ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ ବେଳେ ଉକ୍ତ ଦୋକାନୀଙ୍କଠାରୁ ପ୍ରାୟ ୪୦୦ କେଜିର ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି ା ଏଥିସହ ଦୋକାନ ଓ ପଲିଥିନ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ଏକ ଗୋଦାମକୁ ସିଲ କରାଯାଇଥିବା ଏନ୍‌ଫୋର୍ସ ମେଣ୍ଟ ଅଫିସର ତରୁଣ କାନ୍ତ ସୂଚାଇଛନ୍ତି ା ତେବେ ଜବତ ପଲିଥିନ, ପ୍ଲାଷ୍ଟକ ସାମଗ୍ରୀର ଆକଳନ ପରେ ପରବର୍ତ୍ତୀ ସମୟରେ ଜରିମାନା ଅଦାୟ କରାଯିବା ନେଇ ସେ କହିଛନ୍ତି ା