ପଲିଥିନ, ପ୍ଲାଷ୍ଟିକ କଟକଣାକୁ ପୂରିଲାଣି ୭ ମାସ: ଆମଦାନୀ ଉପରେ ଲାଗୁନି ରୋକ

ବ୍ରହ୍ମପୁର ଅଫିସ,୨୯ା୫-ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ହେବ ଓଡିଶା। ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ା ୨୦୧୮ ଜୁଲାଇ ମାସରେ ଓଡିଶାକୁ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ରାଜ୍ୟରେ ପରିଣତ କରିବାକୁ ନିଷ୍ପତ୍ତି ନେବା ସହ ପ୍ରଥମ ପର୍ଯ୍ୟାୟରେ ସମସ୍ତ ମହାନଗରରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟାନ ତଥା ସାମଗ୍ରୀ ଉପରେ କଟକଣା ଲଗାଯିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ସରକାରଙ୍କ ନିଷ୍ପତ୍ତିକ୍ରମେ ବ୍ରହ୍ମପୁରରେ ଅକ୍ଟୋବର ୨ରୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ନେଇ ଘୋଷଣା କରାଯାଇଥିଲା ା ନଭେମ୍ବରରୁ ଏନେଇ ବିଭିନ୍ନ ସ୍ଥାନରେ ବିଏମ୍‌ସି ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀକୁ ଜବତ କରାଯିବା ସହ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା। କିନ୍ତୁ ଏବେ ଏହି ଘୋଷଣା ନାମାକୁ ୭ ମାସ ବିତିଛି ା ତଥାପି ବ୍ରହ୍ମପୁରକୁ ସମ୍ପୂର୍ଣ୍ଣ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ସହରରେ ପରିଣତ କରିବାରେ ପ୍ରଶାସନ ବିଫଳ ହୋଇଛି ା ୭ ମାସ ପରେ ମଧ୍ୟ ବାହାରୁ ସହରକୁ ଦିନକୁ ଶହ ଶହ ଟନ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ହେଉଥିବା ବେଳେ କେବଳ ରିଟେଲର ଓ ଛୋଟ ବ୍ୟବସାୟୀଙ୍କଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜବତ କରି ନିଗମ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରୁଥିବା ଅଭିଯୋଗ ହୋଇଛି ା ଏହାର ସ୍ଥାୟୀ ପ୍ରତିକାର ତଥା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି ା
ପଲିଥିନ ଓ ପ୍ଲାଷ୍ଟିକ ଭଳି ପରିବେଶ ପ୍ରଦୂଷଣ ଉପରେ ରାଜ୍ୟ ସରକାରଙ୍କ କଟକଣା ପରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ା ଜୁଲାଇ ମାସରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବସାୟ କରୁଥିବା ରିଟେଲର ଓ ହୋଲସେଲ ବ୍ୟବସାୟୀଙ୍କୁ ଏନେଇ ସଚେତନ କରାଯିବା ସହ ଅକ୍ଟୋବର ମଧ୍ୟରେ ଗୋଦାମରୁ ପଲିଥିନ ଓ ପ୍ଲାଷ୍ଟିକ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ା ଅକ୍ଟୋବର ୨ରେ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ନେଇ ଏକ ସଚେତନତା ମାରାଥନ ମଧ୍ୟ ବିଏମ୍‌ସି ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ା ଏହା ବ୍ୟତୀତ ଫୋରମ ଫର ଗଞ୍ଜାମ, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ଭଳି ବହୁ ସାମାଜିକ ଅନୁଷ୍ଠାନ ମଧ୍ୟ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରି କନା ବ୍ୟାଗ ବ୍ୟବହାର କରିବାକୁ ସଚେତନ କରିଥିଲେ। ଏପରିକି ବିଏମ୍‌ସି ପକ୍ଷରୁ ଏକ ଘରୋଇ ବ୍ୟାଙ୍କ ସହଯୋଗରେ ଉଠାଦେକାନୀ ତଥା ବିିଭିନ୍ନ ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ପଲିଥିନ ବଦଳରେ କପଡା ବ୍ୟାଗ ବଣ୍ଟନ କରାଯିବା ସହ ସଚେତନ ମଧ୍ୟ କରାଯାଇଥିଲା ା ବିଏମ୍‌ସି ପକ୍ଷରୁ ଏସଏଚଜି(ସ୍ବୟଂ ସହାୟକ ଗୋଷ୍ଠୀ)ଙ୍କୁ ମଧ୍ୟ କପଡା ବ୍ୟାଗ ତିଆରି ନେଇ ତାଲିମ ପ୍ରଦାନ କରାଯାଇଥିଲା। ଏହାସତ୍ତ୍ୱେ ନଭେମ୍ବରରୁ ବିଭିନ୍ନ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ଦେକାନଗୁଡିକ ଉପରେ ବିଏମସି ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ମଧ୍ୟ ଆରମ୍ଭ ହୋଇଥିଲା ା କିନ୍ତୁ ଚଢାଉ ଆରମ୍ଭର ୫ ମାସ ଓ ଘୋଷଣାନାମାକୁ ୭ ମାସ ବିତିଥିଲେ ମଧ୍ୟ ବ୍ରହ୍ମପୁରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବାରେ ବିଫଳ ହୋଇଛି ବିଏମ୍‌ସି ା ବିଏମସି ପକ୍ଷରୁ ନିୟମିତ ଚଢାଉ ହେଉଛି ା କିନ୍ତୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇ ପାରି ନାହିଁ। ଚଢାଉ ସତ୍ତ୍ୱେ ସହରରେ ବିପୁଳ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ଦେଖିବାକୁ ମିଳୁଛି ା
ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୦୧୮ ନଭେମ୍ବରରୁ ୨୦୧୯ ମେ ସୁଦ୍ଧା ୩ ଟନରୁ ଊର୍ଦ୍ଧ୍ୱ ପଲିଥିନ ଓ ପ୍ଲାଷ୍ଟିକ ଜବତ କରାଯାଇଛି। ବିଏମ୍‌ସି ପକ୍ଷରୁ ଏବେ ସୁଦ୍ଧା ୧୪ ରୁ ୧୫ ଟି ହୋଲସେଲ ଓ ରିଟେଲର ଦୋକାନକୁ ସିଲ କରାଯାଇଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ମଧ୍ୟ ଆଦାୟ କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି ା ଏନେଇ ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ କହିଛନ୍ତି, ପଲିଥିନ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବା ନେଇ ଯେଉଁଠି ଖବର ମିଳୁଛି, ସେଠାରେ ଚଢାଉ କରାଯାଇ ସାମଗ୍ରୀକୁ ଜବତ କରାଯାଉଛି। ଦୋକାନ ଓ ଗୋଦାମକୁ ମଧ୍ୟ ସିଲ କରାଯାଉଛି ା କିନ୍ତୁ ଏଯାଏ ବାହାରୁ ଆସୁଥିବା ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀର ଆମଦାନୀ ନେଇ ଖବର ନାହିଁ। ସୂଚନା ମାତ୍ରକେ ଆମଦାନୀ ଉପରେ ମଧ୍ୟ ରୋକ ଲଗାଯିବ ବୋଲି ତରୁଣ କାନ୍ତ କହିଛନ୍ତି ା
ଅନ୍ୟପକ୍ଷରେ, ନିଗମ ତଥା ପ୍ରଶାସନ ପକ୍ଷରୁ ସହରକୁ ଆସୁଥିବା ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ଓ ଗଚ୍ଛିତ ହୋଇ ରଖାଯାଉଥିବା ବୃହତ୍‌ ଗୋଦାମଗୁଡିକ ଉପରେ ଏଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ା ସହରକୁ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ଆମଦାନୀ ଉପରେ ରୋକ ଲଗାଯିବା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ା

(ଦୀପକ କୁମାର ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri