ପଲ୍ଲୀସଭା ବେଳେ ହାତାହାତି

ଭଦ୍ରକ ଅଫିସ,୪।୬: ଭଦ୍ରକ ବ୍ଲକ ଅନ୍ତର୍ଗତ କୋଡ଼ବରୁଆଁ ପଞ୍ଚାୟତର କୋଡ଼ଗମ୍ଭିର ଗ୍ରାମରେ ଗୁରୁବାର ପଲ୍ଲୀସଭା ଆୟୋଜିତ ହୋଇଥିଲା। ସଭା ଚାଲିଥିବା ବେଳେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ଲକ୍‌ ଡାଉନ୍‌ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିୟମିତ ପଲ୍ଲୀସଭା କିପରି କରୁଛନ୍ତି ତାହାକୁ ସରପଞ୍ଚ ଓ ତାଙ୍କ ସମର୍ଥକ ଦୃଢ଼ ବିରୋଧ କରିଥିଲେ। ସରକାରୀ ଗାଇଡଲାଇନ୍‌ ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ ଗ୍ରାମବାସୀ କୌଣସି ସଭା ସମିତି କିମ୍ବା ଧାର୍ମିକସ୍ଥଳରେ ଏକତ୍ରିତ ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା। ଏହାକୁ ନେଇ ଉଭୟ ପକ୍ଷ ଲୋକେ ହାତାହାତି ହୋଇଛନ୍ତି। ତେବେ ଏହି ଘଟଣାରେ କେତେଜଣ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share