‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’: କରନ୍‌ଙ୍କ ପ୍ରଶଂସାରେ ଶତମୁଖ ବଲିଉଡ କଳାକାର

ମୁମ୍ବାଇ: ‘ପଲ ପଲ୍‌ ଦିଲ୍‌ କେ ପାସ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସନି ଦେଓଲଙ୍କ ପୁଅ କରନ୍‌। ଏଥିରେ ତାଙ୍କ ବିପକ୍ଷରେ ରହିଛନ୍ତି ସହର ବାମ୍ବା। ଗୁରୁବାର ଏହାର ଟ୍ରେଲର ରିଲିଜ ହୋଇଛି। ବିଶେଷକରି ହିମାଚଳ ପ୍ରଦେଶ ଏବଂ ଲଦାଖର ମନୋରମ ପରିବେଶ ମଧ୍ୟରେ ଏହାର ଶୁଟିଂ ହୋଇଥିବା ଜଣାପଡ଼ୁଛି। ତେବେ ଟ୍ରେଲର୍‌ଟି ସମସ୍ତଙ୍କୁ ବେଶ ପସନ୍ଦ ଆସୁଛି। ବଲିଉଡ୍‌ ଅଭିନେତାମାନେ ମଧ୍ୟ କରନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଲମାନ ଖାନ୍‌, ଅଜୟ ଦେବଗନ, ରାହୁଲ ଦେବ, କରନ୍‌ ଜୋହର ପ୍ରମୁଖ ଚଳଚ୍ଚିତ୍ର ସବୁଠୁ ବଡ଼ ପ୍ରେମକାହାଣୀ ସାବ୍ୟସ୍ତ ହେବ ବୋଲି ମତବ୍ୟକ୍ତ କରିିଛନ୍ତି।

Share