Categories: ଜାତୀୟ

ପଳାତକ ତାଲିକାରେ ୫୧ଜଣଙ୍କ ନାମ: ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ

ନୂଆଦିଲ୍ଲୀ,୪।୧୨: ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ବିଦେଶ ପଳାଇଥିବା ପଳାତକ ତାଲିକାରେ ୫୧ ଜଣଙ୍କ ନାମ ରହିଛି। ସେମାନେ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ରୀୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ସୂଚନା ଦେଇଛନ୍ତି। ପଳାତକ ତାଲିକାରେ ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ନାମ ରହିଥିବା ସେ କହିଛନ୍ତି। ପଳାତକଙ୍କ ନାମରେ ୬୬ଟି ଠକେଇ ମାମଲା ରହିଛି। ସେମାନେ ମୋଟ ୧୭ ହଜାର ୯ ଶହ ୪୭ ଟଙ୍କା ଠକେଇ କରିଛନ୍ତି। ଏନେଇ ଇଡ଼ି ଏବଂ ସିବିଆଇ ପକ୍ଷରୁ ମାମଲା ଦାଏର କରାଯାଇଛି। ସରକାରଙ୍କ ପକ୍ଷରୁ ପଳାତକଙ୍କ ପ୍ରତ୍ୟପଣ ନେଇ ଉଦ୍ୟମ ଜାରି ରହିଥିବା ସେ ସୂଚନା ଦେଇଛନ୍ତି।

Share