Categories: ଜାତୀୟ

ପଳାତକ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ନାଁରେ ‘ବ୍ଲୁ କର୍ନର ନୋଟିସ’ ଜାରିକଲା ଇଣ୍ଟରପୋଲ୍‌

ଗାନ୍ଧୀନଗର,୨୨ା୧: ଭାରତ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କୁ ଗିରଫ କରିବା ପାଇଁ ଗୁଜରାଟ ପୋଲିସ ଅନୁରୋଧକ୍ରମେ ଇଣ୍ଟରପୋଲ୍‌ ନିତ୍ୟାନନ୍ଦଙ୍କ ବିରୋଧରେ ବୁଧବାର ବ୍ଲୁ କର୍ନର ନୋଟିସ ଜାରି କରିଛି। ଅପରାଧରେ ସଂଶ୍ଳିଷ୍ଟ ଥିବା କୌଣସି ବ୍ୟକ୍ତିଙ୍କ ଠିକଣା ସମ୍ବନ୍ଧରେ ସୂଚନା ପାଇବାକୁ ଏହି ନୋଟିସ କରାଯାଇଥାଏ। ନିକଟରେ ଦକ୍ଷିଣ ଆମେରିକାର ଇକ୍ୱେଡରରେ ନିତ୍ୟାାନନ୍ଦ ଆତ୍ମଗୋପନ କରିଥିବା ନେଇ ଗୁଜରାଟ ପୋଲିସ ସନ୍ଦେହ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ବଳାତ୍କାର, ଯୌନ ନିର୍ଯାତନା, ଅପହରଣ ଆଦି ଏକାଧିକ ମାମଲାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଗୁଜରାଟ ପୋଲିସ ନିତ୍ୟାନନ୍ଦଙ୍କର ଦୁଇଜଣ ଶିଷ୍ୟାଙ୍କୁ ଗିରଫ କରିଥିଲା। ଏହାପରେ ନିଜ ଗିରଫଦାରିକୁ ଏଡ଼ାଇବା ପାଇଁ ନିତ୍ୟାନନ୍ଦ ଦେଶଛାଡ଼ି ପଳାଇଥିଲେ।

Share