ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ

କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ତେବେ ଖବର ପାଇ ନେପାଳ ସେନା ଓ ନେପାଳ ପୋଲିସ ପହଞ୍ଚି ଉକ୍ତ ଅଜଣା ବସ୍ତୁକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସେହି ଅଜଣା ବସ୍ତୁଟି ବୋମା ବୋଲି ସନ୍ଦେହ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହା ବୋମା କି ନୁହେଁ ତାହା ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ, କାଠମାଣ୍ଡୁର ବାଗମତି ନଦୀ କୂଳରେ ରହିଛି ଏହି ପ୍ରସିଦ୍ଧ ହିନ୍ଦୁ ପଶୁପତିନାଥ ମନ୍ଦିର।

Share