Categories: ଜାତୀୟ

ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

ପାଟଣା, ୧୯।୭: ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ପଶୁ ଚୋରି ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଗାଁ ଲୋକେ। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଛପ୍ରାର ବନିଆପୁରରେ ଶୁକ୍ରବାର ସକାଳେ ଗ୍ରାମବାସୀ ୪ଜଣଙ୍କୁ ପଶୁ ଚୋରି ସନ୍ଦେହରେ ଧରି ସେମାନଙ୍କୁ ନିସ୍ତୁକ ପିଟିଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ଆଉ ଜଣେ ଡାକ୍ତରଖାନାରେ ଆଖି ବୁଜିଥିଲେ। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିବାରୁ ଗାଁ ଲୋକେ ନିଜ ନିଜ ଘରକୁ ଦୌଡି ପଳାଇଥିଲେ। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।

Share