ପଶ୍ଚିମବଙ୍ଗରେ ଅମ୍ଫନ ନେଲା ୭୨ ଜୀବନ

କୋଲକାତା,୨୧।୫: ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ଏବେସୁଦ୍ଧା ଅମ୍ଫନ ଯୋଗୁ ସେଠାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବାତ୍ୟା ଅମ୍ଫନ ପ୍ରଭାବରେ ପଶ୍ଚିମବଙ୍ଗରେ ବହୁ ପରିମାଣରେ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଯଦିଓ ଏହାର ଆକଳନ କରାଯାଇ ନାହିଁ ତେବେ ଅମ୍ଫନର ପ୍ରଭାବରେ ପଶ୍ଚିମବଙ୍ଗରେ ୧୬୦-୧୮୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ଏହାଫଳରେ କୋଲକାତା ବିମାନ ବନ୍ଦର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

Share