Categories: ଜାତୀୟ

ପଶ୍ଚିମବଙ୍ଗରେ ଆଉ ଜଣେ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା, ୧୯।୬: ନିର୍ବାଚନ ଶେଷ ହେବା ପରେ ବି ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ରାଜ୍ୟର କୁଚ ବିହାରରେ ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ଆନନ୍ଦ ପାଲ(୨୮)। ସେ ଭାଜପା ଯୁବ ଶାଖା ପକ୍ଷରୁ କାର୍ଯ୍ୟ କରୁଥିଲେ। ଆନନ୍ଦଙ୍କ ଶରୀରରେ କ୍ଷିତବିକ୍ଷତ ଚିହ୍ନ ରହିଛି। ତୃଣମୂଳ କଂଗ୍ରେସ(ଟିଏମସି)ର ନେତାମାନେ ଆନନ୍ଦଙ୍କ ହତ୍ୟା କରିଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ବେଙ୍ଗଲ ଇତିହାସରେ ସବୁଠାରୁ କଳା ସମୟ ଏବେ ରାଜ୍ୟରେ ଚାଲିଛି ବୋଲି ଭାଜପା କହିଛି।

Share