Categories: ଜାତୀୟ

ପଶ୍ଚିମବଙ୍ଗରେ ଆରଏସଏସ କର୍ମକର୍ତ୍ତାଙ୍କୁ ହତ୍ୟା: ସ୍ତ୍ରୀ, ପୁଅଙ୍କୁ ବି ଛାଡିଲେନି

କୋଲକାତା,୧୦।୧୦:ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ବନ୍ଧୁପ୍ରକାଶ ପାଲ, ତାଙ୍କ ସ୍ତ୍ରୀ ବ୍ୟୁଟି ପାଲ ଏବଂ ୮ ବର୍ଷର ଶିଶୁ ବନ୍ଧୁ ଆନନ୍ଦପାଲ। ବନ୍ଧୁପ୍ରକାଶ ଆରଏସଏସ କାର୍ଯ୍ୟକର୍ତ୍ତା ଥିଲେ ବୋଲି ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ)ର ସଚିବ ଜିଷ୍ଣୁ ବାସୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୁର୍ଶିଦାବାଦର ଜିଆଗଞ୍ଜ ଅଞ୍ଚଳରୁ ବନ୍ଧୁପ୍ରକାଶ, ତାଙ୍କ ସ୍ତ୍ରୀ ଏବଂ ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରରେ କ୍ଷତବିକ୍ଷତ ଚିହ୍ନ ରହିଥିବାର ଜଣାପଡିଛି। ବ୍ୟୁଟି ପାଲ୍‌ ଗର୍ଭବତୀ ଥିଲେ। ଏଭଳି ନୃଶଂସ ହତ୍ୟାକାଣ୍ଡର ସିବିଆଇ ଯାଞ୍ଚ୍‌ କରାଯାଉ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି।

Share