Categories: ଜାତୀୟ

ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା: ପୁଣି ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା

କୋଲକାତା,୫।୬: ଲୋକ ସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ମଙ୍ଗଳବାର ଉତ୍ତର କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ କେତେଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନିର୍ମଳ କୁଣ୍ଡୁ ନାମକ ଉକ୍ତ କର୍ମୀଙ୍କ ମୁଣ୍ଡକୁ ବାଇକରେ ଆସି ୩ ଜଣ ଅଜ୍ଞାତ ବ୍ୟକ୍ତି ଗୁଳି କରିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, କୁଣ୍ଡୁ ୬ ନମ୍ବର ଓ୍ବାର୍ଡର ଅଧ୍ୟକ୍ଷ ଥିଲେ। ତେବେ ଏହା ପଛରେ ଭାଜପାର ହାତଥିବା ଟିଏମ୍‌ସି ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share