Categories: ଜାତୀୟ

ପଶ୍ଚିମବଙ୍ଗରେ ଥମୁନି ହିଂସା: ପୁଣି ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ମିଳିଲା

କୋଲକାତା, ୧୨।୬: ପଶ୍ଚିମବଙ୍ଗରେ ଥମୁନି ହିଂସା। ବୁଧବାର ମାଳଦାରେ ଦୁଇଦିନ ହେଲା ନିଖୋଜ ଥିବା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା କାର୍ଯ୍ୟକର୍ତ୍ତାମାନେ ଘଟଣାକୁ ବିରୋଧ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଛନ୍ତି। ମଙ୍ଗଳବାର ଉତ୍ତର-୨୪ ପ୍ରଙ୍ଗଣ ଜିଲାର କାଙ୍କୀନାରାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଥିଲେ। ତେବେ ଏହି ମୃତକମାନେ ଟିଏମସି କର୍ମୀ ବୋଲି ଜଣାପଡ଼ିଛି। ସେହିପରି ରବିବାର ଓ ସୋମବାର ମଧ୍ୟ ଭାଜପା ଓ ଆରଏସଏସର ଦୁଇ କର୍ମୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସୋମବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର ହୋଇଥିବା ସୂଚନା ରହିଛି।

Share