ପଶ୍ଚିମବଙ୍ଗରେ ବାହାରିଲା ଦୁଇମୁଣ୍ଡିଆ ସାପ, ଦେଖିବାକୁ ଲୋକଙ୍କ ଭିଡ

କୋଲକତା,୧୧।୧୨:ପୂର୍ବରୁ ଅନେକଥର ଦୋମୁହାଁ ସାପ କଥା ଶୁଣିଥିବେ କି ଦେଖିଥିବେ। କିନ୍ତୁ ପଶ୍ଚିମବଙ୍ଗରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଛି। ଏହି ସାପକୁ ଦେଖିବାକୁ ସେଠାରେ ଭିଡ ଜମିଛି। କୋଲକତାର ବେଲଦା ଜଙ୍ଗଲ ନିକଟରେ ଥିବା ଏକାରୁଖି ଗ୍ରାମରେ ଦୁଇମୁଣ୍ଡିଆ ସାପ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ସାପଟିକୁ ପ୍ରଥମେ ଦେଖିଥିଲେ। ଏଭଳି ସାପ ବିରଳ ହୋଇଥିବାରୁ ସେମାନେ ବନ ବିଭାଗ କର୍ମଚାରୀଙ୍କ ଅବଗତ କରାଇଥିଲେ। ଏହି ସମୟରେ ସାପକୁ ଦେଖିବାକୁ ସେଠାରେ ପ୍ରବଳ ଭିଡ ଲାଗିଛି। କିଛି ଲୋକ ସାପଟିକୁ କ୍ଷୀର ପିଇବାକୁ ଦେଇଛନ୍ତି। ଖବର ପାଇଁ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି।

Share