Categories: ଜାତୀୟ

ପଶ୍ଚିମବଙ୍ଗରେ ବିସ୍ଫୋରଣ: ୩ ମୃତ, ଜଣେ ଗୁରୁତର

କୋଲକାତା,୨୯।୧୦: ପଞ୍ଚିମବଙ୍ଗର ଫର୍ଜିପାରାରେ ଥିବା ବର୍ଡ଼ର ଆଉଟପୋଷ୍ଟ ପାଖରେ ବୋମା ବିସ୍ପୋରଣ ହୋଇଥିବା ଜଣାପଡିଛି। ଏହି ବିସ୍ପୋରଣରେ ତିନି ଜଣ ଗୋରୁଚାଲାଣକାରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୀମା ସୁରକ୍ଷା ବଳ (ବିଏସଏଫ)ର ଅଧିକାରୀଙ୍କ ସୂଚନା ଅନୁଯାୟୀ ବାଂଲାଦେଶୀ ଗୋରୁ ଚାଲାଣକାରୀଙ୍କ ପେଣ୍ଠସ୍ଥଳ କୁହାଯାଉଥିବା ଫର୍ଜିପାରାରେ ଗୋରୁ ଚାଲାଣକାରୀମାନେ ଏକ ବାଲଟିରେ ସକେଟ ବୋମା ଲୁଚାଇ ରଖିଥିଲେ। ହଠାତ୍‌ ଏହା ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ୩ ଜଣ ଗୋରୁ ଚାଲାଣକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।

Share