Categories: ଜାତୀୟ

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତିି ଶାସନ ଜାର ହେଲେ ଭାଜପାକୁ ଫାଇଦା ମିଳିବା ସହିତ ବିପକ୍ଷ ଦଳର ସାମନା ମଧ୍ୟ କରିବାକୁ ପଡ଼ିବ। ଫଳରେ ଭାଜପା ଲାଭ ସହିତ କ୍ଷତି ମଧ୍ୟ ସହିବ।ଏଠାରେ ଲୋକ ସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିଛି। ମାତ୍ର ବିଧାନସଭା ନିର୍ବାଚନ ଏଠାରେ ୨୦୨୧ରେ ହେବ। ତେବେ ଭାଜପା ହାଓ୍ବା ଥିବା ସମୟରେ ରାଜ୍ୟରେ କ୍ଷମତା ହାତେଇବା ଲାଗି ଉଦ୍ୟମ କରୁଥିବା କୁହାଯାଉଛି। ସାମ୍ବିଧାନିକ ଧାରା ୩୫୬ ଅନ୍ତର୍ଗତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ୨୦୧୬ ମାର୍ଚ୍ଚରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି କରି କଂଗ୍ରେସର ହରିଶ ରାଓ୍ବତ୍‌ ସରକାରଙ୍କୁ ବରଖାସ୍ତ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ଉତ୍ତରାଖଣ୍ଡ ହାଇକୋର୍ଟ ଏହାକୁ ଭୁଲ୍‌ ଦର୍ଶାଇଥିଲେ। ସେହିପରି ସୁପ୍ରିମ୍‌କୋର୍ଟରେ ମଧ୍ୟ କେନ୍ଦ୍ର ସରକାରଙ୍କ ପରାଜୟ ହୋଇଥିଲା। ଅପରପକ୍ଷରେ ଦ୍ୱିତୀୟଥର ପାଇଁ ମୋଦି ସରକାର ଅରୁଣାଚଳପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ଉଦ୍ୟମ କରିଥିଲେ। ଏହାକୁ ୨୦୧୬ ଜୁଲାଇ ୧୩ରେ ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଥିଲେ। ଏବେ ମୋଦି ସରକାର ପଶ୍ଚିମବଙ୍ଗରେ ଏଭଳି ଉଦ୍ୟମ ଆରମ୍ଭ କରୁଥିବା କୁହାଯାଉଛି। ତେବେ ଏହାଦ୍ୱାରା ଭାଜପାର ଲାଭ ସହିତ କ୍ଷତି ମଧ୍ୟ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share