Categories: ଜାତୀୟ

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୩।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରଙ୍କ ନିୟମକୁ ମାନିବେ ନାହିଁ ବୋଲି କହିଛନ୍ତି। ରାଜ୍ୟରେ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ସେ ସଫା ସଫା କହିଦେଇଛନ୍ତି। ଜାତି ଓ ଧର୍ମ ଆଧାରରେ ସେ ଏହାକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ସେଠାରେ ଏକ ରାଲିରେ ଏନ୍‌ଆର୍‌ସି କଥା ଉଠାଇ ଥିଲେ। ଏହାସହ ସେ କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କରି କହିଥିଲେ ୨୦୨୪ ସୁଦ୍ଧା ସମଗ୍ର ଦେଶରେ ଏନ୍‌ଆର୍‌ସି ଲାଗୁ କରାଯିବ। ଏହାର ଜବାବରେ ଏବେ ମମତା ପଶ୍ଚିମବଙ୍ଗରେ ଏହି ଏନ୍‌ଆର୍‌ସି ଲାଗୁ କରାଇ ଦେବେ ନାହିଁ ବୋଲି କହିଛନ୍ତି।

Share