କୋଲକାତା,୨୫ା୮(ପି.ଟି.): ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ-ବାମଦଳ ମେଣ୍ଟକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି। ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ର ଦିଲ୍ଲୀରେ ସୋନିଆଙ୍କୁ ରାଜ୍ୟରେ ଦଳର ସ୍ଥିତି ଏବଂ ଆଗାମୀ ଉପନିର୍ବାଚନ ସମ୍ପର୍କରେ ଅବଗତ କରାଇଥିଲେ। ଯଦି ବାମଦଳ ରାଜି ତେବେ ପଶ୍ଚିମବଙ୍ଗରେ ମେଣ୍ଟ କରିବାକୁ ସୋନିଆ ପରାମର୍ଶ ଦେଇଥିଲେ। ଭାଜପାକୁ ରୋକିବା ଲାଗି ସବୁ ଦଳ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆହ୍ବାନ ଦେଇଥିବାବେଳେ କଂଗ୍ରେସ-ବାମଦଳ ମେଣ୍ଟ ରାଜନୈତିକ ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।