କୋଲକାତା,୯।୭: କଂଗ୍ରେସରେ ଏବେ ଇସ୍ତଫାର ପର୍ବ ଲାଗିରହିଛି। ଏହି କ୍ରମରେ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ଖରାପ୍ ପ୍ରଦର୍ଶନ ପାଇଁ ପଶ୍ଚିମ ବଙ୍ଗର କଂଗ୍ରେସ ଅଧ୍ୟକ୍ଷ ସୋମେନ ମିିତ୍ର ନିଜକୁ ଦାୟୀ କରି ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷରେ ରାଜ୍ୟର ପ୍ରଭାରୀ ଗୌରବ ଗୋଗୋଇ ତାଙ୍କର ଇସ୍ତଫାକୁ ସ୍ବୀକାର ନ କରି ତାଙ୍କୁ ତାଙ୍କ ପଦରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମ ବଙ୍ଗରେ କଂଗ୍ରେସ ଚଳିତ ବର୍ଷ ଲୋକ ସଭାର ୪୨ଟି ଆସନରୁ ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା ବେଳେ ୨୦୧୪ରେ ୪ଟି ଆସନରେ ବିଜୟ ଲାଭ କରିଥିଲା।