Categories: ଜାତୀୟ

ପଶ୍ଚିମବଙ୍ଗ କ୍ୟାବିନେଟ୍‌ ମନ୍ତ୍ରୀ, ସ୍ତ୍ରୀଙ୍କୁ କରୋନା

କୋଲକତା,୨୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ପଶ୍ଚିମବଙ୍ଗରେ କରୋନା ସ୍ଥିତ ଜଟିଳ ହୋଇପଡିଛି। ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ୍‌ ମନ୍ତ୍ରୀ ସୁଜିତ୍‌ ବୋଷ ଏବଂ ତାଙ୍କ ସ୍ତ୍ରୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସୁଜିତଙ୍କ ଘରେ କାମ କରୁଥିବା ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କ ଘରର ସଦସ୍ୟଙ୍କ କରୋନା ଯାଞ୍ଚ୍‌ ପରେ ସୁଜିତ ଏବଂ ତାଙ୍କ ସ୍ତ୍ରୀଙ୍କ ପଜିଟିଭ୍‌ ଆସିଥିଲା।

Share