Categories: ଜାତୀୟ

ପଶ୍ଚିମବଙ୍ଗ ଜଳୁଥିବା ବେଳେ ମମତା ବଂଶୀ ଫୁଙ୍କୁଛନ୍ତି: ଭାଜପା ନେତା

କୋଲକାତା,୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର ଭାଜପା ମହାସଚିବ ତଥା ରାଜ୍ୟ ପ୍ରଭାରୀ ଥିବା କୈଳାଶ ବିଜୟଭର୍ଗିୟ ଏଥର ମମତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରୋମ୍‌ର ଶାସକ ନିରୋଙ୍କ ଭଳି ଏବେ ମମତାଙ୍କ ପରିସ୍ଥିତି। ପଶ୍ଚିମବଙ୍ଗ ଜଳୁଛି ହେଲେ ମମତାଙ୍କୁ କଶ୍ମୀର ଚିନ୍ତା ଘାରୁଛି। କୁହାଯାଏ ଯେତେବେଳେ ରୋମ୍‌ ଜଳୁଥିଲା ସେତେବେଳେ ନିରୋ ନିଜ ବଗିଚାରେ ବସି ବଂଶୀ ଫୁଙ୍କୁଥିଲେ। ମମତାଙ୍କ ସ୍ଥିତି ଠିକ୍‌ ସେମିତି ବୋଲି ବିଜୟଭର୍ଗିୟ କହିଛନ୍ତି। ଏ ସମୟରେ କଶ୍ମୀର ଚିନ୍ତା ଛାଡି ନିଜ ରାଜ୍ୟ କଥା ଚିନ୍ତା କଲେ ଭଲ ହେବ ବୋଲି ସେ ମମତାଙ୍କୁ କହିଛନ୍ତି। ରବିବାର ସକାଳେ ସେ ଟୁଇଟ୍‌ କରି ଏମିତି ଲେଖିଛନ୍ତି।

Share