Categories: ଜାତୀୟ

ପଶ୍ଚିମବଙ୍ଗ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ମମତା

କୋଲକାତା,୭।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଏହା ଲାଗୁ କରାଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ପୁଣିଥରେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣାର ପଥର ପ୍ରତିମାଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ସେ ଏହା ଦୋହରାଇଛନ୍ତି। ମମତା କହିଛନ୍ତି, ଯଦି ଆପଣମାନଙ୍କୁ କେହି ଆପଣଙ୍କ ବିଷୟରେ ତଥ୍ୟ ମାଗନ୍ତି ତେବେ ଦିଅନ୍ତୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ଲାଗୁ କରାଯିବ ନାହିଁ। ଯଦି କେହି ଆପଣଙ୍କ ଅଧିକାର ଛଡାଇନେବାକୁ ଚେଷ୍ଟା କରନ୍ତି ତେବେ ସେ ମୋ ମୃତଶରୀର ଉପରେ ଯିବେ ବୋଲି ମମତା କହିଛନ୍ତି।

Share