ପଶ୍ଚିମବଙ୍ଗ ପ୍ରବାସୀଙ୍କୁ ସୋହେଲା ପଠାଇଲା ପୋଲିସ

ଦେଓଗାଁ,୨୫ା୫(ଡି.ଏନ.ଏ.) ପଶ୍ଚିମବଙ୍ଗରୁ ଆସି ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳରେ ରହୁଥିବା ୭ ଜଣ ପ୍ରବାସୀ ଲକ୍‌ଡାଉନ ପରେ ରେଳଧାରଣା ଉପରେ ଚାଲିଚାଲି ଆସୁଥିବା ବେଳେ ଦେଓଗାଁ ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ନୋଡାଲ ୟୁପି ସ୍କୁଲରେ ରଖିଥିଲା। ସେମାନେ ତାଙ୍କ ରାଜ୍ୟକୁ ଫେରିଯିବା ପାଇଁ ସ୍ଥାନୀୟ ପୋଲିସକୁ ନିବେଦନ କରିଥିଲେ। ରବିବାର ଅପରାହ୍ନରେ ଥାନାଧିକାରୀ ରଞ୍ଜନ ବରିହା ଓ ଏଏସଆଇ ବିଚିତ୍ରାନନ୍ଦ ପଧାନ ଚୂଡା, ବିସ୍କୁଟ ଓ ପାଣିବୋଟଲ ଦେଇ ଏକ ବୋଲେରୋରେ ସେମାନଙ୍କୁ ସୋହେଲା ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରିଥିଲେ। ସେଠାରୁ ସେମାନେ ତାଙ୍କ ପଶ୍ଚିମବଙ୍ଗ ଯିବାର ବ୍ୟବସ୍ଥା ହୋଇପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share