ପଶ୍ଚିମବଙ୍ଗ ମୁହାଁ ଅମ୍ଫନ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଇ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି । ଅମ୍ଫନ୍‌ ପ୍ରଭାବରେ ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ଏବେ ପବନର ବେଗ ବଢ଼ିବାରେ ଲାଗିଛି। ଧାମରାରେ ମଧ୍ୟ ସମୁଦ୍ର ଅଶାନ୍ତ ଥିବା ଦେଖାଯାଇଛି। ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ବେଗରେ ରହିବ। ପାରାଦୀପରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୧୦୬ କିଲୋମିଟର ରେକର୍ଡ କରାଯାଇଛି। ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୮୯ କିଲୋମିଟର ହୋଇଛି। ସନ୍ଧ୍ୟା ୬ଟାରେ ବାତ୍ୟା ଅମ୍ଫନ୍‌ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ବେଳେ ପବନର ବେଗ  ଘଣ୍ଟା ପ୍ରତି ୧୫୫ରୁ ୧୬୫ କିଲୋମିଟର ରହିବ। ଏହାସହ ଅନେକ କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି।

Share