Categories: ଜାତୀୟ

ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ଅଲଗା ଡାଇନିଂ ହଲ୍‌

କୋଲକତା,୨୮।୬: ପୁଣି ଥରେ ଭାଜପା ଟାର୍ଗେଟରେ ଟିଏମ୍‌ସି। କାରଣ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାକୁ ଯାଉଛି। ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ସରକାର ସ୍ଥିର କରିଛନ୍ତି ପଶ୍ଚିମବଙ୍ଗରେ ଯେତେ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଥିମଧ୍ୟରୁ ଯେଉଁ ସ୍କୁଲରେ ୭୦ ପ୍ରତିଶତରୁ ଅଧିକ ମୁସଲମାନ ଛାତ୍ରୀଛାତ୍ର ରହିଛନ୍ତି ସେମାନଙ୍କ ପାଇଁ ଅଲଗା ଡାଇନିଂ ହଲ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ସବୁ ବିଦ୍ୟାଳୟରୁ ଡାଟା ମଗାଯାଇଛି। ଏହାପରେ ଭାଜପା ଅଭିଯୋଗ କରିଛି କି ଟିଏମ୍‌ସିର ଏପରି କାମ ଆଦୌ ଠିକ୍‌ ନୁହେଁ। କାରଣ ବିଦ୍ୟାଳୟରେ ଭେଦଭାବ କରିବା ଗ୍ରହଣୀୟ ନୁହେଁ।

Share