କୋଲକାତା,୧୩।୬: ଲୋକ ସଭା ନିର୍ବାଚନ ସମୟରୁ ପଶ୍ଚିମବଙ୍ଗରେ ଲାଗି ରହିଥିବା ରାଜନୈତୀକ ହିଂସା ଥିମିବାର ନାଁ ନେଉନି। ଏହା ବେଳକୁ ବେଳ ଉଗ୍ର ହେଉଥିବାରୁ ରାଜ୍ୟପାଳ କେଶରି ନାଥ ତ୍ରିପାଠୀ ପ୍ରମୁଖ ରାଜନୈତୀକ ଦଳଙ୍କର ଏକ ବୈଠକ ଡକାଇଛନ୍ତି। ପତ୍ର ମାଧ୍ୟମରେ ଏହା ସବୁ ଦଳକୁ ଜଣାଇ ଦିଆଯାଇଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ରାଜଭବନ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପଶ୍ଚିମବଙ୍ଗରେ ଜାରି ରହିଥିବା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି।