ପଶ୍ଚିମ ଓଡ଼ିଶାରେ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପଠାଇଲେ ଛାତ୍ରୀଛାତ୍ର

ବରଗଡ଼ ଅଫିସ,୨୧।୮: ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍କୁଲ କ୍ୟାବିନେଟ ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ସଂଗ୍ରହ କରାଯାଇଛି। ସଂଗୃହୀତ ୧୦୫୧ ଟଙ୍କା ରାଶିକୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନଲାଇନ ବ୍ୟାଙ୍କିଙ୍ଗ ମାଧ୍ୟମରେ ପଠାଇ ଦିଆଯାଇଛି। ଏଥିସହ ଉକ୍ତ ସ୍କୁଲ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ସଞ୍ଜିବ ଚନ୍ଦନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ସ୍ମାରକପତ୍ର ପଠାଇଛନ୍ତି। ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ରିଲିଫ ସହାୟତା ଯୋଗାଇ ଦେବାକୁ ସ୍ମାରକପତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Share