ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ବୌଦ୍ଧ ଜିଲା ବନ୍ଦ ଆରମ୍ଭ

ବୌଦ୍ଧ,୫।୨(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବୌଦ୍ଧକୁ ଉତ୍ତରାଞ୍ଜଳ ରାଜସ୍ବ ଅଧିନରେ ସାମଲ କରାଯିବା ନେଇ ବୁଧବାର ବୌଦ୍ଧ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଆରମ୍ଭ ହୋଇଛି। ଓକିଲ ସଂଘର ପ୍ରତିନିଧିମାନେ ସକାଳ ୬ଟାରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ କରିଥିଲେ। ଫଳରେ ସହରର ଏନଏସି ଛକ, ବ୍ରିଜ୍‌ ଛକରେ ଶହ ଶହ ଗାଡି ଛିଡା ହୋରହିଛି। ଏହି ବନ୍ଦରେ ସ୍ବତଃପ୍ରବୃତ୍ତ ଭାବରେ ଜିଲାର ଟ୍ରକ୍‌ ସଂଘ, ବେସରକାରୀ ବସ୍‌ ସଂଘ, ଟ୍ୟାକ୍ସି ସଂଘ, ଅଟୋ ସଂଘ, ବଣିକ ସଂଘ, ରାମଲୀଳା ନାଟ୍ୟ ସଂସଦ, ଭୈରବୀ କ୍ଲବ ଓ ସହରର ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇ ବନ୍ଦ ପାଳନ କରିଛନ୍ତି। ଏହାସହ ଜିଲାରେ ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି।

Share