ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ପାଟଣାଗଡ଼ରେ ବନ୍ଦର ପ୍ରଭାବ

ପାଟଣାଗଡ଼,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପାଟଣାଗଡ଼ ଉପଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି। ବନ୍ଦରେ କୋଶଳ ସମନ୍ବୟ ସମିତି, ଜିଲା ଆଦିବାସୀ କଲ୍ୟାଣ ସଂଘ ସହିତ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। କୋଶଳ ସମନ୍ବୟ ସମିତିର କର୍ମକର୍ତ୍ତା ପାଟଣାଗଡ, ବେଲପଡା, ଖପ୍ରାଖୋଲଠାରେ ପିକେଟିଂ କରି ସ୍କୁଲ, କଲେକ, ସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର ବନ୍ଦ କରିଥିବା ବେଳେ ଯାନବାହନ ଚଳାଚଳକୁ ମଧ୍ୟ ବନ୍ଦ ରଖିଛନ୍ତି।
ଅନ୍ୟପକ୍ଷରେ ଏହି ବନ୍ଦକୁ ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ସ୍ବତଃପ୍ରବୃତ ଭାବେ ଦୋକାନ ବଜାର ବନ୍ଦ ରହିଛି। ଏହି ଦାବି ଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ରୂପ ନେବ ବୋଲି କୋଶଳ ସମନ୍ବୟ ସମିତି ତରଫରୁ ଚେତାବନୀ ଦିଆଯାଇଛି। ଏଥିରେ ସମିତିର ଗିରିଧାରୀ ଭୋଇ, ମନବୋଧ ବରିହା, ଅଚ୍ୟୁତ ଖମାରୀ, ବନମାଳୀ ନାଏକଙ୍କ ସମେତ ଶତାଧିକ କର୍ମକର୍ତ୍ତା ସାମିଲ ହୋଇଛନ୍ତି।

Share