ପଶ୍ଚିମ ଓଡ଼ିଶା ବନ୍ଦ: ପଦ୍ମପୁରବାସୀଙ୍କ ସମର୍ଥନ

ପଦ୍ମପୁର/ବରଗଡ଼ ଅଫିସ,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପଦ୍ମପୁରବାସୀ ମଧ୍ୟ ସମର୍ଥନ କରିଛନ୍ତିି। ଜିଲାର ଦୋକାନ, ବଜାର, ସରକାରୀ, ବେସରକାରୀ, ସ୍କୁଲ, କଲେଜ ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି। ସେହିପରି କୋଶଳ ରାଜ୍ୟ ସମନ୍ବୟ ସମିତି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ କୋଶଳ ସେନାର କର୍ମୀମାନେ ସକାଳୁ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ପୋଲିସ ମୁତୟନ ଅଛନ୍ତି। ଏହି ବନ୍ଦକୁ ପଦ୍ମପୁରର ସମସ୍ତ ଅନୁଷ୍ଠାନ ସମର୍ଥନ କରିଛନ୍ତି।

Share