ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡରେ ବନ୍ଦର ପ୍ରଭାବ

ବରଗଡ଼ ଅଫିସ,୫।୨- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଚାଲିଥିବା ପଶ୍ଚିମ ଓ ବନ୍ଦ ଡାକରାକୁ ବରଗଡ଼ରେ ସମର୍ଥନ ମିଳିଛି। ଜିଲାର ଦୋକାନ, ବଜାର, ସରକାରୀ, ବେସରକାରୀ, ସ୍କୁଲ, କଲେଜ ସହିତ ଯାନବାହାନ ଚଳାଚଳ ବନ୍ଦ ରହିଛି। ସେହିପରି କୋଶଲ ରାଜ୍ୟ ସମନ୍ବୟ ସମିତି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ କୋଶଲ ସେନାର କର୍ମୀମାନେ ସକାଳୁ ବାହାରି ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି।

Share