ପଶ୍ଚିମ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ୩ ଦିନ ସରକାରୀ କଳ ବନ୍ଦ କରିବାକୁ ନିଷ୍ପତ୍ତି

ସମ୍ବଲପୁର,୨୦-୯ (ବ୍ୟୁରୋ):ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସମ୍ବଲପୁର ଜିଲା ଓକିଲ ସଂଘ ପକ୍ଷରୁ ଗୁରୁବାର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଦୀପ ବହିଦାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପୂରଣ ପର୍ଯ୍ୟନ୍ତ ପ୍ରତି ମାସରେ ୩ ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରି କି ବୀମା କମ୍ପାନୀ, ବ୍ୟାଙ୍କଗୁଡିକ ବନ୍ଦ କରିବାକୁ ବୈଠକରେ ସ୍ଥିର କରାଯାଇଛି। ହେଲେ ଶିକ୍ଷା ଅନୁଷ୍ଠାନ ଓ ଜରୁରୀ ସେବାକୁ କୋହଳ କରିବାକୁ ବୈଠକରେ କୁହାଯାଇଛି।