ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର ଏହା ବଢ଼ିଛି। ଦ୍ୱିତୀୟ ଦିନରେ ଫିଲ୍ମ ୫.୬୧ କୋଟି ବ୍ୟବସାୟ କରିଛି। ଫଳରେ ଚଳଚ୍ଚିତ୍ରର ମୋଟ ବ୍ୟବସାୟ ୮.୩୦ କୋଟି ହୋଇଛି। ତୃତୀୟ ଦିନ ଅର୍ଥାତ ରବିବାର ଛୁଟି ଦିନ ଯୋଗୁ ଏହା ବଢ଼ିବ ବୋଲି ନିର୍ମାତା ଆଶା ରଖିଛନ୍ତି।

ଅପରପକ୍ଷେ ଚଳଚ୍ଚିତ୍ର କାହାଣୀ ଦର୍ଶକଙ୍କ ପସନ୍ଦ ଆସୁଛି। ଜଣେ ଗୃହୀଣିରୁ କବ୍ବାଡ଼ି ଚାମ୍ପିୟନ ହେବାକୁ ଆଶା ରଖିଥିବା ମହିଳାଙ୍କ ଜୀବନ ଉପରେ ଏହା ଗତିଶୀଳ। ଏଥିରେ କଙ୍ଗନାଙ୍କ ବ୍ୟତିତ ନିନା ଗୁପ୍ତା, ଋଚା ଚଡ୍ଢା ଏବଂ ଜସି ଗିଲ ଅଭିନୟ କରିଛନ୍ତି। ଅଶ୍ୱିନୀ ଅୟ୍ୟର ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share