ପସନ୍ଦ ଆସୁଛି ‘ପତି ପତ୍ନୀ ଔର ଓ୍ବ’, ସୁପରହିଟ୍‌ ହେବ ବୋଲି ପ୍ରଶଂସକଙ୍କ ମତ

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’। କାର୍ତ୍ତିକ ଆର୍ୟନ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଜିଣୁଛି। ବର୍ଷ ଶେଷ ବେଳକୁ କାର୍ତ୍ତିକ ଏକ ସୁପରହିଟ୍‌ ଦେଇଛନ୍ତି ବୋଲି ଅନେକେ ମତ ରଖୁଛନ୍ତି।

ମୁଦତ୍ସର ଅଜିଜ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ୧୯୭୮ରେ ସମାନ ଟାଇଟଲ ଥିବା ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ ସଞ୍ଜୀବ କୁମାର, ବିଦ୍ୟା ସିନ୍ହା, ରଞ୍ଜିତା କୌର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। କାର୍ତ୍ତିକଙ୍କ ଫିଲ୍ମ ଏହାର ରିମେକ୍‌। ଫିଲ୍ମର ଟ୍ରେଲର୍‌ ଏତେଟା ପସନ୍ଦ ଆସି ନ ଥିଲେ ହେଁ ପରଦାରେ ଦେଖିବା ପରେ ଅନେକ ନିଜର ଧାରଣା ପରିବର୍ତ୍ତନ କରିଛନ୍ତି। ବିଶେଷକରି କାର୍ତ୍ତିକ ଏବଂ ଭୂମିଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରୁଛି। ମୋଟାମୋଟି କହିବାକୁ ଗଲେ ଫିଲ୍ମଟି କମେଡି ଏବଂ ରୋମାନ୍ସରେ ଭରପୂର ବୋଲି କହିପାରିବେ। ଏଣୁ ଆଗାମୀ ଦିନରେ ଭଲ ବ୍ୟବସାୟ ସହ ଫିଲ୍ମଟି ସୁପରହିଟ୍‌ ହେବ ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି।

Share