ପସନ୍ଦ ଆସୁଛି ‘ସତ୍ୟ ପ୍ରେମ୍‌ କି କଥା’ର ଟିଜର

ମୁମ୍ବାଇ: ବଲିଉଡ୍‌ ଚକୋଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ସତ୍ୟ ପ୍ରେମ୍‌ କି କଥା’ର ଟିଜରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଫିଲ୍ମ ଜରିଆରେ ପୁଣଥରେ କାର୍ତ୍ତିକ ଓ କିଆରା ଆଡଭାନି ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବେ। ଦୁଇଜଣଙ୍କ ଯୋଡ଼ିକୁ ସିନେପ୍ରେମୀଙ୍କ ଖୁବ୍‌ ଭଲପାଇବା ମିଳିଥିବାବେଳେ ଏବେ ପୁଣିଥରେ ସେମାନଙ୍କୁ ଏକାଠି ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଛି। ଗୁରୁବାର ଫିଲ୍ମର ଟିଜର ରିଲିଜ୍‌ ହୋଇଛି। ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ଜୁନ୍‌ ୨୯ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ। ‘ସତ୍ୟ ପ୍ରେମ୍‌ କି କଥା’ର ନିର୍ଦ୍ଦେଶନା ଦେଇଛନ୍ତି ସମୀର ବିଦ୍ୱାନ୍ସ। ପୂର୍ବରୁ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲେୟା୨’ରେ ଦର୍ଶକେ କାର୍ତ୍ତିକ ଓ କିଆରାଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇଥିଲେ। ସେମାନଙ୍କ ଲଭ୍‌ କେମିଷ୍ଟ୍ରି ଅନେକଙ୍କ ମନ ଛୁଇଁଥିବାବେଳେ ଫିଲ୍ମଟି ସୁପରହିଟ୍‌ ହୋଇଥିଲା। ଖାଲି ସେତିକି ନୁହେଁ ବକ୍ସ ଅଫିସରେ ଭୁଲ ଭୁଲେୟା ୨ ଭଲ ବ୍ୟବସାୟ ମଧ୍ୟ କରିଥିଲା।

Share