ପହଁରା ଶିଖିବାକୁ ଯାଇଥିଲେ: ବାତ ଯୋଗୁ ସୁଇମିଂ ପୁଲ୍‌ରେ ଯୁବକଙ୍କ ଜୀବନ କଲା

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭୁବନେଶ୍ୱର କ୍ଲବ୍‌ ସୁଇମିଂପୁଲ୍‌ରେ ବୁଡ଼ି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡୁମ୍‌ଡ଼ୁମା ଅଞ୍ଚଳର ଦୀପକ ସାହୁ(୧୮)।
ପ୍ରକାଶ ଯେ, ଦୀପକ ଡୁମ୍‌ଡୁମା ଅଞ୍ଚଳର ଏକ ଘରୋଇ କଲେଜର ଯୁକ୍ତ ୨ ଛାତ୍ର ଥିଲେ। ଗତ ୨୭ ତାରିଖରେ ଦୀପକଙ୍କ ମା’ ଭୁବନେଶ୍ୱର କ୍ଲବ ସୁଇମିଂ ପୁଲ୍‌ରେ ପୁଅର ଆଡ୍‌ମିିଶନ୍‌ କରାଇବାକୁ ଯାଇଥିଲେ। ମାତ୍ର କୌଣସି କାରଣରୁ ପୁଅର ଆଡ୍‌ମିଶନ୍‌ ହୋଇପାରି ନ ଥିଲା। ସେଠାରେ ଚାକିରି କରୁଥିବା ଜଣେ କର୍ମଚାରୀଙ୍କୁ କହି ଦୀପକ କିଛି ଦିନ ହେବ ପହଁରା ଶିଖିବାକୁ ଯାଉଥିଲେ। ସବୁଦିନ ପରି ମଙ୍ଗଳବାର ଯାଇ ଦିନ ପ୍ରାୟ ୧୦ଟାରେ କାହାକୁ କିଛି ନ କହି ସୁଇମିଂପୁଲ୍‌ ମଧ୍ୟରେ ପଶିଥିଲେ। ହଠାତ୍‌ ସୁଇମିଂ ପୁଲ କର୍ମଚାରୀ ଦୀପକଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାରକରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ କିଛି ବର୍ଷ ପୂର୍ବେ ପୁଅର ବାତ ରୋଗ ଥିବା ଦୀପକଙ୍କ ମା’ କହିଛନ୍ତି। ତେଣୁ ବାତ ରୋଗ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

Share