Advertisement

ପହଁରିଲେ ସୁସ୍ଥ ରହେ ହୃତ୍‌ପିଣ୍ଡ

ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍‌ପିଣ୍ଡ ଫିଟ୍‌ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍‌। ନିକଟରେ ଆମେରିକାର ହାର୍ଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ହୃଦପିଣ୍ଡକୁ ସୁସ୍ଥ ରଖିବାକୁ ଏଭଳି ପ୍ରକାରର ବ୍ୟାୟାମ୍‌ ସବୁଠୁ ଲାଭଦାୟକ। ପ୍ରତିଦିନ ୩୦ ମିନିଟ୍‌ ପହଁରିବା ଦ୍ୱାରା ହୃଦ୍‌ରୋଗର ଭୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏହା ରକ୍ତଚାପ ହ୍ରାସ କରିବା ସହ ଶରୀରରେ ଭଲ କୋଲେଷ୍ଟରଲ୍‌ ମାତ୍ରା ବୃଦ୍ଧି କରିଥାଏ। ଅନ୍ୟ କୌଣସି ବ୍ୟାୟାମ୍‌ ତୁଳନାରେ ପହଁରିବା ଦ୍ୱାରା ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ଭଲ ଭାବେ କାମ କରିଥାଏ। ଶରୀର ହାଲ୍‌କା ଏବଂ ମସ୍ତିଷ୍କ ସକ୍ରିୟ ରହିଥାଏ। ଏହାଛଡ଼ା ଆର୍ଥ୍ରାଇଟ୍‌ସ ସମସ୍ୟା ଥିଲେ ତାହା ମଧ୍ୟ ଭଲ ହୋଇଯାଏ। ଗବେଷଣା ମୁତାବକ, ଗ୍ରାଉଣ୍ଡ୍‌ ପ୍ରାକ୍ଟିସ୍‌ ଜରିଆରେ ହୃତ୍‌ସ୍ପନ୍ଦନ ବଢ଼ିଯାଏ, ଯାହା ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହା ବିପରୀତ ପହଁରିବା ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାର କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ଏବଂ ଦୃଦ୍‌ସ୍ପନ୍ଦନ ସାମାନ୍ୟ ରହିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel