ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର,୨ା୬(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ପ୍ରଥମ ଏଭରେଷ୍ଟ ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଏଠାରେ ପହଞ୍ଚିଛି। ଶନିବାର ତାଙ୍କ ମରଶରୀରକୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଅଣାଯାଇଥିଲା। ବିମାନ ବିଳମ୍ବ ଯୋଗୁ ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ଛି। ଗତ ୨୩ ତାରିଖରେ ଏଭରେଷ୍ଟ ଶୃଙ୍ଗରୁ ଓହ୍ଲାଉଥିବାବେଳେ ୫୩ ବର୍ଷୀୟା କଳ୍ପନାଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ତାଙ୍କ ମରଶରୀରକୁ ରାଜ୍ୟକୁ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କ ପାର୍ଥତ୍ବ ଶରୀର ପହଞ୍ଚତ୍ବା ପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ କମ୍ପ୍ଲେକ୍ସକୁ ନିଆଯାଇଥିଲା। ସେଠାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡ଼ା ଜଗତ ସହ ଜଡ଼ିତ ପ୍ରତିନିଧି, ସରକାରୀ କର୍ମଚାରୀ ଶେଷ ଦର୍ଶନ କରିଥିଲେ। ‘କଳ୍ପନା ଆଗଧାଡ଼ିର ପର୍ବତାରୋହି ଥିଲେ। ସେ ରାଜ୍ୟ ପାଇଁ ଗର୍ବ ଆଣି ଦେଇଥିଲେ। ସେ ଜଣେ ସଫଳତାର ଉଦାହରଣ। ମୃତ୍ୟୁ ପରେ ମଧ୍ୟ ସେ ଯୁବବର୍ଗକୁ ପ୍ରେରଣା ଯୋଗାଇବେ ବୋଲି ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି। ପେସାରେ ଓକିଲ ଥିବା କଳ୍ପନା ଏଭରେଷ୍ଟ ଶୃଙ୍ଗ ଚଢ଼ିବାରେ ରାଜ୍ୟର ପ୍ରଥମ। ସେ ୨୦୦୮ରେ ପ୍ରଥମ ଥର ପାଇଁ ପର୍ବତାରୋହଣ କରିଥିଲେ।

Share