ନୂଆଦିଲ୍ଲୀ,୭।୯(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭାରତରେ ପହଞ୍ଚିଛି। ଭାରତ ଫେରି ମୁଁ ଉତ୍ସାହିତ ଅଛି। ପୁଣି କ୍ରିକେଟ ଖେଳିବା ପାଇଁ ଲକ୍ଷ୍ୟ ରଖିଥିବା ଟୁଇଟ୍ କରି ଜଣାଇଛନ୍ତି ପେସର କାଗିସୋ ରବାଡା। ଦକ୍ଷିଣ ଆଫ୍ରିକା ଦଳ ଏଠାରେ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପରେ ସମାନ ସଂଖ୍ୟକ ଟେଷ୍ଟ ମ୍ୟାଚ୍ ଖେଳିବ। ପ୍ରଥମ ଟି୨୦ ମ୍ୟାଚ୍ ଧର୍ମଶାଳାଠାରେ ଖେଳାଯିବ। ପରବର୍ତ୍ତୀ ଦୁଇ ମ୍ୟାଚ୍ ୧୮ ଓ ୨୨ ତାରିଖରେ ମୋହାଲି ଓ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ଭ୍ରମଣକାରୀ ଦଳ ସୋମବାର ଦିଲ୍ଲୀସ୍ଥିତ ଦକ୍ଷିଣ ଆଫ୍ରିକା ହାଇ କମିଶନରକୁ ଭେଟିବେ। ଏହାପରେ ଦଳ ଧର୍ମଶାଳା ଗସ୍ତ କରିବ ବୋଲି ଆଶା କରାଯାଉଛି।