Categories: ଜାତୀୟ

ପହଲ୍‌ଗାମ୍‌ରୁ ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଆରମ୍ଭ

ଶ୍ରୀନଗର,୧।୭: ପ୍ରଥମ ଅମରନାଥ ତୀର୍ଥଯାତ୍ରୀ ଦଳ ସୋମବାର କଶ୍ମୀରର ପହଲଗାମ୍‌ଠାରୁ ଯାତ୍ରା ଆରମ୍ଭ କରିଛନ୍ତି। ୧୨୫୦ ତୀର୍ଥଯାତ୍ରୀ ବେସ୍‌ କ୍ୟାମ୍ପ୍‌ରୁ ଯାତ୍ରା ଆରମ୍ଭ କରିଥିବା କୁହାଯାଉଛି। ଅନନ୍ତନାଗ ଜିଲା ବିକାଶ ଆୟୁକ୍ତ ଖାଲିଦ୍‌ ଜାହାଙ୍ଗୀର୍‌ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ୪୫ ଦିନିଆ ଯାତ୍ରା ଅଗଷ୍ଟ ୧୫ ଶ୍ରାବଣ ପୂର୍ଣ୍ଣିମାରେ ଶେଷ ହେବ। ପ୍ରଥମ ତୀର୍ଥଯାତ୍ରୀ ଦଳରେ ୧,୮୩୯ ପୁରୁଷ, ୩,୩୩ ମହିଳା, ୪୫ ସାଧୁ ଏବଂ ୧୭ ଜଣ ଛୋଟ ପିଲା ଅଛନ୍ତି। ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ସମୁଦ୍ର ପତ୍ତନଠାରୁ ୩,୮୮୮ ମିଟର ଉଚ୍ଚରେ ପ୍ରଭୁ ଅମରନାଥଙ୍କ ବିଶାଳକାୟ ବରଫ ଶିବଲିଙ୍ଗ ଦର୍ଶନ ପାଇଁ ପ୍ରତିବର୍ଷ ଏହି ଯାତ୍ରାର ଆୟୋଜନ କରାଯାଇଥାଏ।

Share