ପହିଲି କାର୍ତ୍ତିକ ଅବସରରେ ଚନ୍ଦ୍ରଭାଗାରେ ହବିଷିଆଳିଙ୍କ ଭିଡ଼

କୋଣାର୍କ, ୧୫ା୧୦(ଡି.ଏନ୍‌.ଏ.): ଚନ୍ଦ୍ରଭାଗାଠାରେ ପହିଲି କାର୍ତ୍ତିକ ଅବସରରେ ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପବିତ୍ର କାର୍ତ୍ତିକମାସ ଅବସରରେ ମାସ ବ୍ୟାପି ବ୍ରତ ପାଳନ ଓ ସୂର୍ଯ୍ୟନାରାୟଣଙ୍କ ପୂଜାର୍ଚ୍ଚନା କରିବା ପାଇଁ ଚନ୍ଦ୍ରଭାଗାସ୍ଥିତ ଦରିଆ ମହାବୀର ମନ୍ଦିର ଓ ଛୋଟାରାମ ମଠରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ସମାଗମ ହୋଇଛି। କୋଣାର୍କସ୍ଥିତ ଚନ୍ଦ୍ରଭାଗାଠାରେ ସମାହିତ ହୋଇଥିବା ହବିଷିଆଳିଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ପାଇଁ ଆଲୋକ, ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ହବିଷିଆଳିିମାନେ କହିଛନ୍ତି। ପୁରୀ ପରି ଚନ୍ଦ୍ରଭାଗାଠାରେ ଅବସ୍ଥାନ କରୁଥିବା ହବିଷିଆଳିଙ୍କ ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରିବା ପାଇଁ ପୁରୀ ଜିଲାପାଳଙ୍କ ନିକଟରେ ଦୂରଦୂରାନ୍ତରୁ ଆସିଥିବା ହବିଷିଆଳିମାନେ ଦାବି କରିଛନ୍ତି।

Share