ବରଗଡ଼ ଅଫିସ,୧।୧୨: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଓବାଦୀ ଗତିବିଧି ପରିଲକ୍ଷିତ ହୋଇଛି। ରବିବାର ପାଇକମାଳ-ନୂଆପଡ଼ା ରାସ୍ତା ପାଶର୍ବରେ ରହିଥିବା ଚେରେଙ୍ଗାଝଞ୍ଜ ବସଷ୍ଟାଣ୍ଡ ପାଖରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ବ୍ୟାନର, ପୋଷ୍ଟରରେ ଆସନ୍ତା ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍ଜିଏ ସ୍ଥାପନ ସପ୍ତାହ ପାଳନ କରିବାକୁ ଅନୁରୋଧ କରାଯାଇଛି । ପୋଷ୍ଟର ଓ ବ୍ୟାନର ତଳେ ଭାକପା (ମାଓବାଦୀ) ଗନ୍ଧମାର୍ଦ୍ଦନ-ସରିଆ କମିଟି ଉଲ୍ଲେଖ ରହିଛି ।