Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ଘଟିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ସୂଚୀ(ଡବ୍ଳ୍ୟୁପିଆଇ) ୨୦୧୮ ନଭେମ୍ବରରେ ୪.୪୭% ରହିଥିଲା। ଚଳିତବର୍ଷ ନଭେମ୍ବରରେ ଖାଦ୍ୟ ସାମଗ୍ରୀ ଦର ୧୧ % ବଢିଛି। ଏହା ଗତ ମାସରେ ୯.୮୦% ବଢିଥିଲା। ଏହି ସମୟରେ ଅଣ ଖାଦ୍ୟ ସାମଗ୍ରୀ ଦର ୧.୯୩% ବୃଦ୍ଧି ଘଟିଛି। ଯାହା ଅକ୍ଟୋବରରେ ୨.୩୫% ରହିଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦେଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ମାନୁଫାକଚର୍ଡ ପ୍ରଡକ୍ଟ କ୍ଷେତ୍ରରେ ପାଇକାରୀ ମୂଲ୍ୟସୂଚୀ (-) ୦.୮୪% ରହିଛି। ଗତ ସପ୍ତାହରେ ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରରେ ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତରରେ ରହିଥିବା ଜଣାପଡିଛି।

Share