Categories: ବାଣିଜ୍ୟ

ପାଇକାରୀ ମୁଦ୍ରାସ୍ଫୀତି ୨୨ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୫-୬: ପାଇକାରୀ ମୁଦ୍ରାସ୍ଫୀତି ହାର ମେ’ରେ ୨.୪୫% ରେକର୍ଡ କରାଯାଇଛି। ଏହା ୨୨ ମାସର ସର୍ବନିମ୍ନ ସ୍ତର କୁହାଯାଉଛି। ଏଥିପୂର୍ବରୁ ୨୦୧୭ ଜୁଲାଇରେ ଏହା ୧.୮୮% ରହିଥିଲା। ଖାଦ୍ୟପଦାର୍ଥ ଏବଂ ଇନ୍ଧନ, ବିଜୁଳି ମୂଲ୍ୟ କମିବା କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ପରିସଂଖ୍ୟାନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟରେ କୁହାଯାଇଛି ଯେ, ପାଇକାରୀ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ଏପ୍ରିଲରେ ୩.୦୭% ରହିଥିଲା ଏବଂ ଗତବର୍ଷ ମେ’ରେ ଏହା ୪.୭୮% ଥିଲା। ଫୁଡ୍‌ ବାସ୍କେଟରେ ମେ’ରେ ପାଇକାରୀ ମୁଦ୍ରାସ୍ଫୀତି ୬.୯୯%, ପନିପରିବା ୩୩.୧୫%, ପିଆଜ (-)୩.୪୩%, ଆଳୁ(-)୨୩.୩୬%, ଇନ୍ଧନ ଏବଂ ଶକ୍ତି ୦.୯୮% ଓ ମାନୁଫାକ୍‌ଚରିଂ ପ୍ରଡକ୍ଟ ୧.୨୮% ରହିଛି। ସୂଚନାଯୋଗ୍ୟ ଯେ, ପରିସଂଖ୍ୟାନ ବିଭାଗ ପକ୍ଷରୁ ବୁଧବାର ଜାରି ଖୁଚୁରା ମୁଦ୍ରାସ୍ଫୀତି ହାର ଜାରି କରାଯାଇଥିଲା। ମେ’ରେ ଏହା ୩.୦୫%କୁ ବୃଦ୍ଧି ପାଇଛି, ଯାହା କି, ଗତ ୭ ମାସରେ ସର୍ବାଧିକ।

Share