Categories: ଜାତୀୟ

ପାଇଜାମା-କୁର୍ତ୍ତା, ଚପଲ ପିନ୍ଧି ଅଟୋ ଚଳାଇବାରୁ କଟିଲା ୧୬ଶହ ଟଙ୍କାର ଚାଲାଣ

ଜୟପୁର,୨୪।୯: ରାଜସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇନାହିଁ। କିନ୍ତୁ ପୁରୁଣା ମୋଟରଯାନ ନିୟମ ଅନୁସାରେ ନିଆଯାଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜୟପୁରରେ ବର୍ତ୍ତମାନ ମୋଟରଯାନ ନିୟମ ଅନୁସାରେ ଡ୍ରେସ କୋଡ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ। ଏହି ନିୟମ ଅନୁଯାୟୀ ଜଣେ ଅଟୋ ଚାଳକଙ୍କ ୧୬୦୦ଟଙ୍କା ଚାଲାଣ କଟିଥିବା ଜଣାପଡ଼ିଛି। କାରଣ ଅଟୋ ଚାଳକ ଜଣକ ଶାର୍ଟର ବଟନ ଖୋଲିବା ସହ ପାଇଜାମା ଓ ଚପଲ ପିନ୍ଧି ଗାଡି ଚଳାଉଥିଲେ। ଏଥିଯୋଗୁ ସେପ୍ଟେମ୍ବର ୬ରେ ପୋଲିସ ତାଙ୍କର ଚାଲାଣ କାଟି କୋର୍ଟକୁ ପଠାଇ ଦେଇଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ସୁରକ୍ଷା ଦୃଷ୍ଟିରୁ ତଥା ପୁରୁଣା ମୋଟରଯାନ ନିୟମ ଅନୁଯାୟୀ ଅଟୋ ଚାଳକଙ୍କ ପାଇଁ ବ୍ଲୁ ଶାର୍ଟ ଓ ପ୍ୟାଣ୍ଟ ଡ୍ରେସ କୋଡର ବ୍ୟବସ୍ଥା ରହିଛି।

Share