ପାଇନ୍‌ଆପଲ୍‌ ଚିକେନ୍‌

ଚିକେନ୍‌କୁ ମିଠା ସ୍ବାଦ ଦେଇ ପ୍ରସ୍ତୁତ ହେଉଥିବା ଖାଦ୍ୟାବଳି ଏକ ନୂଆ ସ୍ବାଦ ଦେଉଛି। ସେହିଭଳି ପାଇନଆପଲ୍‌ ଚିକେନ୍‌ ହେଉଛି ଏକ ମିଠା ସ୍ବାଦଯୁକ୍ତ ଖାଦ୍ୟ। ଯୁବପିଢ଼ି ଏହାକୁ ଭାରି ପସନ୍ଦ କରୁଛନ୍ତି। ସ୍ନାକ୍ସରେ ଓ ମେନ୍‌ କୋର୍ସରେ ବି ଏହାକୁ ଖାଇହେବ। ଘରେ ଅତି ସହଜରେ ଏହାକୁ କେମିତି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଓଡ଼ିଆଣୀ ରେସ୍ତୋରଁ।ର ସେଫ୍‌ ବାଦ୍‌ଶା ଖାନ୍‌ ଯାହା କୁହନ୍ତି…।

ଆବଶ୍ୟକ ସାମଗ୍ରୀ:

ପାଇନ୍‌ଆପଲ୍‌-୧୫୦ ଗ୍ରାମ୍‌, ଚିକେନ୍‌(ବୋନ୍‌ ଲେସ୍‌)-୨୫୦ ଗ୍ରାମ୍‌, ପିଆଜ-୫୦ ଗ୍ରାମ୍‌, କଞ୍ଚାଲଙ୍କା, ବ୍ରୋକୋଲି, କ୍ୟାପ୍‌ସିକମ୍‌, ବ୍ଲାକ୍‌ ପିପର, ଚିନି-୨ ଚାମଚ, ତେଲ-୧୫ ମି.ଲି, କର୍ନଫ୍ଲୋର, ଲୁଣ।

ପ୍ରସ୍ତୁତି ପ୍ରଣାଳୀ:

କଡ଼େଇରେ ତେଲ ଗରମ କରି ରସୁଣ, କଞ୍ଚାଲଙ୍କା ଓ ପିଆଜ ପକାଇ ଭାଜନ୍ତୁ। ଟିକେ ନାଲି ହେବା ପରେ କ୍ୟାପ୍‌ସିକମ୍‌ ଓ ବ୍ରୋକୋଲି ପକାନ୍ତୁ ଓ ଭାଜନ୍ତୁ। ଏହାକୁ ଭଲ ଭାବେ ଗୋଳେଇ ଭାଜିବା ପରେ ଚିକେନ୍‌ ପକେଇ ଗୋଳାନ୍ତୁ। ଏହାପରେ ହାଲୁକା ପାଣି ଦେଇ ଚିକେନ୍‌କୁ ସିଝେଇବାକୁ ପଡ଼ିବ। ସଙ୍ଗେ ସଙ୍ଗେ ପାଇନ୍‌ଆପଲ୍‌ ପେଷ୍ଟ ପକେଇ ଚିକେନ୍‌ ଓ ପେଷ୍ଟକୁ ଗୋଳେଇ ସିଝିବାକୁ ଛାଡ଼ି ଦିଅନ୍ତୁ। ଚିକେନ୍‌ ସିିଝିଯିବା ପରେ ସ୍ବାଦ ଅନୁସାରେ ଲୁଣ ପଡିବ। ଆଉ ଏକ ପାତ୍ରରେ ଅଳ୍ପ ପାଣି ଓ କର୍ନଫ୍ଲୋର ଗୋଳେଇ ଚିକେନ୍‌ରେ ଦିଆଯିବ। ଏହାଦ୍ୱାରା ଚିକେନ୍‌ ଶୁଖିଲା ହୋଇଯିବ। ପରେ କିଛି ସମୟ ଗରମ ହେଲା ପରେ ପ୍ରସ୍ତୁତ ହୋଇଯିବ ପାଇନ୍‌ଆପଲ୍‌ ଚିକେନ୍‌। ଏହାକୁ ସ୍ପ୍ରିିଙ୍ଗ ପିଆଜରେ ସଜେଇ ପରଷିଲେ ବେଶ୍‌ ଆକର୍ଷଣୀୟ ଦିଶେ।