Categories: ଜାତୀୟ

ପାଇପ୍‌ ଲାଇନରେ ତେଲ ଯିବ ନେପାଳ

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୋତିହାରି-ଅମଲେଖଗଞ୍ଜ(ନେପାଳ) ପେଟ୍ରୋଲିୟମ୍‌ ଉତ୍ପାଦନ ପାଇପ୍‌ ଲାଇନ୍‌ର ଉଦ୍‌ଘାଟନ କରିଛନ୍ତି। ଏହା ଦକ୍ଷିଣ ଏସିଆର ପ୍ରଥମ କ୍ରସ୍‌-ବର୍ଡର ପେଟ୍ରୋଲିୟମ ଉତ୍ପାଦନ ପାଇପ୍‌ ଲାଇନ୍‌ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି କହିଥିଲେ ୨୦୧୫ରେ ନେପାଳ ଯେତେବେଳେ ଭୂକମ୍ପ ପରେ ପୁନଃନିର୍ମାଣର କଷ୍ଟ ବହନ କରିଥିଲା ସେତେବେଳେ ପଡୋଶୀ ଭାବେ ଭାରତ ସହଯୋଗର ହାତ ବଢାଇଥିଲା। ଏବେ ଖୁସି ଲାଗୁଛି କି ନେପାଳର ଗୋର୍ଖା ଓ ନୋଓ୍ବାକୋଟ ଜିଲାରେ ଉଭୟଙ୍କ ସହଯୋଗରେ ପୁଣି ଏକ ଘର ନିର୍ମାଣ ହୋଇଛି। ଲାଗୁଛି ସତେ ଯେମିତି ସାଧାରଣ ଜନତାଙ୍କ ମୁଣ୍ଡ ଗୁଞ୍ଜିବାକୁ ଛାତ ତିଆରି ହୋଇଛି।

Share