ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ଅପ୍‌ କମିଂ ଫିଲ୍ମ ‘ତେଜସ୍‌’ରେ ସେ ଏୟାରଫୋର୍ସ ପାଇଲଟ୍‌ ଚରିତ୍ରରେ ନଜର ଆସିବେ। ସୋମବାର ଫିଲ୍ମର ପୋଷ୍ଟର ସହ କଙ୍ଗନାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। କଙ୍ଗନା ସୋସିଆଲ ମିଡିଆରେ ଏନେଇ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ କଙ୍ଗନା ସେନା ପୋଷାକରେ ତେଜସ୍‌ ପାଖରେ ଠିଆହୋଇଥିବା ଦେଖିବାକୁ ମିଳିଛି। ଏଥିରେ ପାଇଲଟ୍‌ ଗେଟ୍‌ଅପ୍‌ରେ କଙ୍ଗନା ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ତାଙ୍କର ଏହି ଅବତାରକୁ ପ୍ରଂଶସକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସର୍ବେଶ ମଓ୍ବୋଡା ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି ରୋନି ସ୍କ୍ରୁଓ୍ବାଲା। ଏହାର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଚରିତ୍ର ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜିଂ ରହିବ। ଏଥିପାଇଁ ସେ ପ୍ରୋଫେସନାଲ୍‌ ଟ୍ରେନରଠାରୁ ଟ୍ରେନିଂ ନେଉଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ପଙ୍ଗା’ ଫିଲ୍ମରେ ମଧ୍ୟ ଏକ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଅପରପକ୍ଷେ ଜୁନ୍‌ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଥଲାଇବି’ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ସେ ମୁଖ୍ୟମନ୍ତ୍ରୀ ଚରିତ୍ରରେ ନଜର ଆସିବେ।

Share