ପାଏନ୍‌ ଘେରରେ ଗୌଡ଼ଗାଁ ଅଙ୍ଗନଓ୍ବାଡି କେନ୍ଦ୍ର

ଉଲୁଣ୍ଡା,୧୪ା ୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକରେ ଦିନାକେତେ ହେଲା ଲଘୁଚାପ ପରଭାବରେ ବରଷା ଲାଗି ରହିଛେ। ଲଗାତାର ବରଷା ଲାଗି ଗୌଡ଼ଗଁା ୧ ନମ୍ବର ଅଙ୍ଗନଓ୍ବାଡି କେନ୍ଦ୍ରର ଚାର୍‌ହିକୁତି ପାଖାପାଖି ୨ ଫୁଟ୍‌ ପାଏନ୍‌ ଜମିଥିବାର ମଙ୍ଗଲବାର ଦେଖ୍‌ବାକେ ମିଲିଛେ। ଯେନ୍‌ଥିରଲାଗି ଛୋଟଛୋଟ ଛୁଆକର ପାଠ୍‌ପଢ଼ାରେ ନାନା ସମସିଆ ଦେଖାଦେଇଛେ। ମଙ୍ଗଲବାର ଛୁଆମାନେ କେନ୍ଦ୍ରକେ ପାଠ୍‌ପଢ଼ି ଆସିଥିଲାବେଲେ ପାଏନ୍‌ ଲାଗି ସେମାନକୁ ଝନ୍‌ ଝନ୍‌ କରି ପାଇକରି କେନ୍ଦ୍ରକେ ନେଉଥିବାର ଦେଖ୍‌ବାକେ ମିଲିଥିଲା। ଇଠାନେ ଡ୍ରେନେଜ ବେବସ୍‌ତା ଅଭାବୁ ପାଏନ୍‌ କାହିଁ ଯାଇ ନାଇଁପାରବାର, ଜମି କରି ରହୁଛେ। ଯେନ୍‌ଥିରଲାଗି ଛୁଆକୁ ନାନା ପରକାର ସଂକ୍ରାମକ ରୋଗ୍‌ ହେବାର ବି ଆଶଁକା ଦେଖାଦେଇଛେ। ଇ ବାବ୍‌ଦେ ବିଭାଗୀୟ କତୁରପକ୍ଷ ଜାନିଥିଲେ ବି ସମସିଆର ସମାଧାନ ଲାଗି ପଦକ୍ଷେପ ନାଇଁନେବାର। ଯେନ୍‌ଥିରଲାଗି ଅଭିଭାବକମାନେ ଛୁଆକୁ କେନ୍ଦ୍ରକେ ଛାଡ଼ବାର ଲାଗି ଅମଂଗ ହେଉଛନ୍‌। ଛୁଆକର ସୁରକ୍ଷାକେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।